ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଥ ନିର୍ମାଣ କାର୍ଯ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ଚାଲିଛି।
ଜିଲ୍ଲା ପ୍ରଶାସନ ଜଣାଇଛି ଯେ ଏହି ବର୍ଷ ପ୍ରାୟ ଦଶ ଲକ୍ଷ ଭକ୍ତ ରଥଯାତ୍ରାରେ ଯୋଗ ଦେବେ ବୋଲି ଆଶା କରାଯାଉଛି।
ସୁରକ୍ଷା ପାଇଁ ୧୮୦ ପ୍ଲାଟୁନ ପୋଲିସ ମୋତାୟନ କରାଯିବ ଏବଂ ସମଗ୍ର ଗ୍ରାଣ୍ଡ ରୋଡ଼ CCTV ନିରୀକ୍ଷଣରେ ରହିବ।



ଜୟ ଜଗନ୍ନାଥ!